ମାଛିପଡା ସୋସାଇଟି ପିଅନ ସନ୍ତୋଷ ପଣ୍ଡା ଗାଁରେ କିଛି ଟଙ୍କାକୁ ନେଇ ଜନୈକା ମହିଳାଙ୍କ ସହ ବଚଷା ହୋଇଥିଲା। ତା ପରଦିନ ସୋସାଇଟି ଭିତରେ ଅଧା ସଟର ଖୋଲି ଭିତରେ ରହି ନେଟ୍ ରୁ ସମ୍ବାଦିକଙ୍କ ନମ୍ବର ସର୍ଚ୍ଚ କରି ପାଇଲେ। ପୁଣି କନକ ନିୟୁଜ ନମ୍ବର ଅର୍ଥାତ ପ୍ରଦୀପ୍ତ ରଥଙ୍କ ଫୋନ ନମ୍ବର । ପ୍ରଦୀପ୍ତ ସେତେବେଳକୁ ତାଙ୍କ ନିଜ ଗ୍ରାମ ପଲ୍ଲୀଶାସନକୁ ଯାଉଥିଲେ। ଫୋନ ଯୋଗେ ଏହି ବିଷୟରେ ସାମ୍ବାଦିକ ରଥଙ୍କୁ ଜଣେଇଲା ପରେ ସନ୍ତୋଷ କହିଲେ ଯେ ମୁଁ ଆତ୍ମହତ୍ୟା କରିବାକୁ ଯାଉଛି। ମୋ କଥା କେହି ଶୁଣିଲେନି, ମୁଁ ଆଉ ବଞ୍ଚିବିନି ମରିବାକୁ ଯାଉଛି ଏମିତି ବିଭିନ୍ନ କଥା କହି ଚାଲିଥାନ୍ତି। ସନ୍ତୋଷ ଯେହେତୁ ଘର ଭିତରେ ଥିଲେ ତାଙ୍କ କଥା ଟା ଇକୋ ହେଉଥିଲା ଠିକ ସେ ଶୁଭନଥିଲା। ଆଗରୁ ଏମିତି ବହୁତ ଲୋକ ପ୍ରଦୀପ୍ତଙ୍କୁ ଫୋନ କରି ହଇରାଣ କରନ୍ତି ଏମିତି କି ରାଜ୍ୟ ତଥା ରାଜ୍ୟ ବାହାରୁ ବି ଫୋନ ଆସେ ତାଙ୍କପାଖକୁ ଯେହେତୁ ତାଙ୍କ ଫୋନ ନମ୍ବର ଟି ନେଟରେ ସାର୍ବଜନୀନ ହୋଇଯାଇଛି । ଏ ସମସ୍ତ ଘଟଣାକୁ ମଜାକରେ ନେଉଥିବା ସାମ୍ବାଦିକ ପ୍ରଦୀପ୍ତ ଟିକେ ଚମକି ପଡ଼ିଲେ କାହିଁକି ନାଁ ସନ୍ତୋଷଙ୍କ କାନ୍ଦ ଶୁଣି ପାରୁଥିଲେ ପ୍ରଦୀପ୍ତ ରଥ। କାନ୍ଦ ଶୁଣିବା ପରେ ତାଙ୍କୁ ଏତିକି ଆସ୍ୱାଶ୍ଵନା ଦେଉଥିଲେ ମୁଁ ତୁମ ପାଖକୁ ଯାଉଛି। କ’ଣ ଟେ ହେଇ ଯାଇଛି ଯେ ତମେ ଏମିତି କାନ୍ଦୁଛ…. ରୁହ ଗଲେ କଥା ହେବା…
ତମ ନିୟୁଜ କରିବା… ସବୁ ଠିକ ହେଇଯିବ…
ଟିକେ ଅପେକ୍ଷା କର…. ହେଇ ପହଞ୍ଚିଲି…. ଲେଙ୍କୁଡ଼ିପଡା ପାସ କଲି…. କିନ୍ତୁ ସେପଟୁ ସନ୍ତୋଷର ଚିତ୍କାର ଶୁଭିଲା ଆଃ…. ଆଃ…. ମରିଗଲି….. ମରିଗଲି…. ପଵନ ବେଗରେ ଗାଡ଼ିକୁ ନେଇ ପହଞ୍ଚିଗଲେ ମାଛିପଡାରେ ପ୍ରଦୀପ୍ତ। କଣ କରିବେ ଏକା। ଦଇବକୁ ଦେଖା ହୋଇଗଲେ ସେହି ଗାଁର ଜୈନିକ ବ୍ୟକ୍ତି ମୁନା ଖାଁ। ତାଙ୍କୁ କହିଲେ ଚାଲ ଆଗ ସୋସାଇଟିକୁ ଯିବା। ମୁନା ବି କାଳ ବିଳମ୍ବ ନକରି ସୋସାଇଟି ଘରେ ପହଞ୍ଚିଲେ। ସେଠାରେ ଦେଖିଲା ବେଳକୁ କାର୍ଯ୍ୟାଳୟର ଅଧା ସଟର ଖୋଲା ହୋଇ ରହିଛି। ସଟର ତଳୁ ମୁଣ୍ଡ ନୁଆଇଁ ଦେଖିଲା ବେଳକୁ ସାମ୍ନାର ଦୃଶ୍ୟ ଦେଖି ହତବାକ ହୋଇଗଲେ ଦୁହେଁ। ଯେ କେହି ବି ସାମ୍ନାରେ ସେ ଦୃଶ୍ୟ ଦେଖିବ ପାଦ ତଳୁ ମାଟି ଖସିଯିବ। ଟେବୁଲ ଉପରେ ଚେୟାର ପକେଇ ଫ୍ୟାନରେ ଏକ ଗାମୁଛାକୁ ବାନ୍ଧି ନିଜକୁ ଝୁଲେଇ ଦେଇଥିଲେ ସନ୍ତୋଷ। ମୁନା ସଙ୍ଗେ ସଙ୍ଗେ ଯାଇ ଗୋଡ଼ ପଟୁ ଟେକି ଧରିଲେ। ଆଉ ପ୍ରଦୀପ୍ତ ଗାଁ ଲୋକଙ୍କୁ ଏ ଧାଇଁ ଆସରେ ଧାଇଁ ଆସ କହି ଡାକିବାରେ ଲାଗିଲେ। ଗାଁ ଲୋକ ବି ରୁଣ୍ଡ ଗୋଇଗଲେ। ଜଣେ ପରିବା ଦୋକାନୀ ଛୁରୀ ଆଣି ଗାମୁଛାକୁ କାଟି ସନ୍ତୋଷକୁ ତଳକୁ ଆଣିଲେ। ଟେବୁଲ ଉପରେ ହାତ ଲେଖା ଚିଠି ବି ଜବତ ହୋଇଛି। ଆଉ ଗୋଟିଏ ମିନିଟ ଡେରି ହୋଇଥିଲେ କଥା କଣ ହୋଇଥାନ୍ତା!!! ଏ ସମସ୍ତ କଥାକୁ ନେଇ ଦିନ ତମାମ ଭାବି ହେଉଥିଲେ ପ୍ରଦୀପ୍ତ। ସାମ୍ବାଦିକତାର ପ୍ରକୃତ ପରିଚୟ ଦେଲେ ଶ୍ରୀଯୁକ୍ତ ରଥ। ଗାଡ଼ି ଚଲାଉ ଥିବା ବେଳେ ଫୋନ ପାଉ ପାଉ କଥା ହୋଇ ହୋଇ ଯଦି ଯାଇନଥାନ୍ତେ ତେବେ କଣ ବଞ୍ଚି ପାରିଥାନ୍ତା ଗୋଟେ ଜୀବନ??
ଅକାଳରେ ଝଡ଼ି ପଡୁଥିବା ଗୋଟେ ଜୀବନକୁ ବଞ୍ଚାଇଥିବାରୁ କନକ ନିୟୁଜର ଜିଲ୍ଲା ପ୍ରତିନିଧି ସାମ୍ବାଦିକ ପ୍ରଦୀପ୍ତ ରଥଙ୍କୁ “ନୟାଗଡ଼ ଦର୍ପଣ” ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ।