ପୂଜା ପୂର୍ବରୁ କଟକ ସହରରେ ଘଟିଛି ଅଭାବନୀୟ ଘଟଣା ।ସଦର ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ଗାଡିରେ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ବିଚ୍ ରାସ୍ତାରେ ମରଣାନ୍ତକ ଭାବେ ଆକ୍ରମଣ ହୋଇଛି । ଏପିରିକି ରାସ୍ତା ଉପରେ ଯୁବକଙ୍କ ଗୋଡ଼ ହାଣି ଛିଣ୍ଡାଇ ଦେଇଛନ୍ତି ଦୁର୍ବୃତ୍ତ । ଯାହାଫଳରେ ରାଜେନ୍ଦ୍ର ପ୍ରସାଦ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ ।ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ସଙ୍ଗେସଙ୍ଗେ ଭର୍ତ୍ତିି କରଯାଇଥିଲା ବେଳେ ଏହି ଘଟଣାକୁ ନେଇ ଏବେବି ସନ୍ଦେହ ଘେରରେ ରହିଛି ପୋଲିସ । ତେବେ ସାମାନ୍ୟ ବଚସାରୁ ଏପରି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
