ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ପ୍ରଥମ ଫଟୋ

ବୈଦିକ ମନ୍ତ୍ର, ପୂଜାପାଠ, ଭଜନକୀର୍ତ୍ତନ ଓ ରାମଲୀଳା ଭଳି ଦିବ୍ୟ ଆୟୋଜନରେ ରାମ ନଗରୀ ଅଯୋଧ୍ୟା ହୋଇଉଠିଛି ମୁଖରିତ । ଭାବଭକ୍ତିରେ ବୁଡ଼ିଛନ୍ତି ରାମଭକ୍ତ । ରାମଲଲାଙ୍କ ଆଗମନ ସମସ୍ତଙ୍କୁ କରିଛି ଭାବବିହ୍ୱଳ । ଗୁରୁବାର ଗର୍ଭଗୃହରେ ବିରାଜମାନ ହୋଇଛନ୍ତି ରାମଲାଲା । ଗର୍ଭଗୃହରେ ୫୧ଇଞ୍ଚର ଶ୍ୟାମଳ ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ମୂର୍ତ୍ତିକୁ ଏକ କପଡାରେ ଆବରଣ କରି ରଖାଯାଇଛି । ଶନିବାର ମୂର୍ତ୍ତିକୁ ଅନାବରଣ କରାଯିବ ବୋଲି ସୂଚନା ମିଳିଛି । ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ଜାନୁଆରୀ ୨୨ ରେ ଅପରାହ୍ନ ୧୨ଟା ୩୦ ମିନିଟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଜାନୁଆରୀ ୧୯ରେ ଅଗ୍ନିକୁଣ୍ଡ ସ୍ଥାପନ ଏବଂ ନବଗ୍ରହ ପୂଜା ହେବ ।

୨୦ ତାରିଖରେ ୮୧ କଳସ ଜଳ ଦ୍ୱାରା ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ୨୧ରେ ୧୨୧ କଳସ ଜଳରେ ରାମଲଲାଙ୍କ ସ୍ନାନ କରାଯିବା ସହ ସ୍ୱତନ୍ତ୍ର ପୂଜା କରାଯିବ ।ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬୦୦୦ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଯେଉଁଥିରେ ୪୦୦୦ ସାଧୁ ମଧ୍ୟ ସାମିଲ ଅଛନ୍ତି।

ଅଧିକ ପଢନ୍ତୁ