
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିବାଦ କରି ଆଜି ୧୧ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ସୂଚନା ଅନୁଯାୟୀ ପବିତ୍ର ଶ୍ରୀକ୍ଷେତ୍ର ଧାମରେ କାର୍ଯ୍ୟରତ ସାମ୍ବାଦିକା ଲିନୁ ନାୟକଙ୍କୁ ମାଡ଼ ମାରିବା ଘଟଣା ନେଇ ସାରା ରାଜ୍ୟରେ ନିନ୍ଦା କରାଯାଉଥିବା ବେଳେ ସାମ୍ବାଦିକ ମାନେ ୩୬ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅନଶନରେ ବସି ଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦୁଃଖ ଦାୟକ ହୋଇଥିବା ବେଳେ ରାଜ୍ୟର ଅନେକ ସାମ୍ବାଦିକ ସଙ୍ଘ ଏ ଘଟଣା ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅନୁରୂପ ଭାବେ ଉକ୍ତ ଘଟଣାରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରୋଜିନା ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସାମ୍ବାଦିକ ସଙ୍ଘର କର୍ମକର୍ତ୍ତାମାନେ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ ପ୍ରଣୟନ କରାଯିବା ଓ ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ସରକାର ସକାରାତ୍ମକ ପଦକ୍ଷେପ ନେବାପାଇଁ ମତବ୍ୟକ୍ତ କରିଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବରିଷ୍ଠ ସାମ୍ବାଦିକ ସୁବାସ ମହାପାତ୍ର, ପୁରୁଷୋତମ ମହାପାତ୍ର, ଯୁବ ସାମ୍ବାଦିକ ଯଯାତି ମହାପାତ୍ର, ଦୀପକ ଦାସ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।