ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍‌ ନୋଟ୍‌ ଜବତ

ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲାରେ ଛାନଭିନ ଜାରି ରଖିଛି ଧଉଳି ଥାନା ପୁଲିସ । ମଧୁମିତା ରହୁଥିବା ବାପୁଜୀନଗର ଭଡା ଘରୁ ସୁଇସାଇଡ ନୋଟ୍‌ ଜବତ କରିଛି ପୁଲିସ ।ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଶେଷ ଭିଡିଓ ଏବେ ଭାଇରାଲ ହେଉଛି। ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା।ସେପଟେ ଦିନିକିଆ ରିମାଣ୍ଡରେ ସ୍ବାମୀ ଶ୍ରୀଧର ଜେନାକୁ ଜେରା କରୁଛି ପୋଲିସ । ସ୍ବାମୀ ଶ୍ରୀଧର ଜେନାକୁ ଭଡ଼ା ଘରକୁ ନେଇ ପୋଲିସ ଛାନଭିନ୍ କରୁଛି ।

ଅଧିକ ପଢନ୍ତୁ

Odisha Darpan Digital