ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କୁ ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା

ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ । ଏହି କାର୍ଡଧାରୀ ମାନଙ୍କର ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସେ କହିଥିଲେ ।ମନ୍ତ୍ରୀ ଖୁଣ୍ଟିଆ ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଆପଣମାନେ ଆମର ଶ୍ରମ ବିଭାଗରେ ଯୋଗାଯୋଗ କରନ୍ତୁ, କାର୍ଡ କରାନ୍ତୁ ଏବଂ ଏହି ଯୋଜନାର ସୁବିଧା ଗ୍ରହଣ କରନ୍ତୁ।” ଏହି ପଦକ୍ଷେପ ରାଜ୍ୟର ଗଣମାଧ୍ୟମ ପେସାଦାରଙ୍କ ପାଇଁ ସାମାଜିକ କଲ୍ୟାଣର ଏକ ନୂଆ ପଥ ଖୋଲିଛି।

ଅଧିକ ପଢନ୍ତୁ

kc ads