ସାରା ରାଜ୍ୟରେ ଶୀତ ଲହରୀ, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ ଅନୁଭୂତ ହେବ । ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଥଣ୍ଡା ରହିବ । ଅନ୍ୟ ସ୍ଥାନରେ ବି ଅସମ୍ଭାଳ ଶୀତ ହେବ ।ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୁଳରେ ଶୀତ ଲହରୀ ବହିବ । ଏଭଳି ଆକଳନ କରିଛି ପାଣିପାଗ ବିଭାଗ ।ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୧୧, ଢେଙ୍କାନାଳରେ ୧୨, ସୋନପୁର, ଟିଟିଲାଗଡ଼, ନବରଙ୍ଗପୁର, ବାଲେଶ୍ୱର, ବାରିପଦା, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱରରେ ୧୩ ଡିଗ୍ରୀ ଅନୁଭୂତ ହୋଇପାରେ । ରବିବାର କୋରାପୁଟ, ଫୁଲବାଣୀ, ନବରଙ୍ଗପୁର, ଭବାନୀପାଟଣା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।ଶୀତ ସାଙ୍ଗକୁ ଘନ କୁହୁଡ଼ି କବଳରେ ସମଗ୍ର ଜିଲ୍ଲା । ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଲୋକମାନ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜଳାଇ ପୁଇଁ ହେଉଛନ୍ତି| ୯ ଓ ୧୦ ତାରିଖ ବେଳକୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଏକ ଟ୍ରଫ୍ଲାଇନ୍ ରହିପାରେ । ତଥାପି ପ୍ରବଳ ଥଣ୍ଡା ହେବ ବୋଲି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।

ଅଧିକ ପଢନ୍ତୁ