ମୋଟୁ ବନ ବିଭାଗ ଦ୍ୱାରା ୫୦୦ରୁ ଉର୍ଦ୍ଧ୍ୱ ଜୀବନ୍ତ କଇଁଛ ଜବତ । ଆନ୍ଧ୍ର ଓଡିଶା ସୀମାନ୍ତ ମୋଟୁ ତନଖି ଫାଟକ ନିକଟରେ କଇଁଛ ଧରିଛି ମୋଟୁ ବନ ବିଭାଗ ।କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ମୋଟୁ ବନ କର୍ମଚାରୀ ମାନେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପିକଅପ ଭ୍ୟାନ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଦେଖି ଭ୍ୟାନ ଦୁଇଟିକୁ ଅଟକାଇ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜୀଅନ୍ତା କଇଁଛ ଦେଖିବାକୁ ମିଳିଥିଲା ।
ଏହି ଘଟଣାରେ ମୋଟୁ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି । ଜବତ କଇଁଛର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ମାଲକାନଗିରି ଜିଲ୍ଲାରେ କଇଁଛ ମାଂସର ଚାହିଦା ଅଧିକ ରହୁଥିବାରୁ ଆନ୍ଧ୍ରର କାକିନାଡ଼ା ଅଂଚଳରୁ ମାଲକାନଗିରି ଜିଲ୍ଲାକୁ ରିତିମତ କଇଁଛ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି।