ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ । କିନ୍ତୁ ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ । ଏନେଇ ସମ୍ପୃକ୍ତ ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାମୁତାବକ ଭଇଁଶା ଆଦର୍ଶ ବିଦ୍ୟାଳୟକୁ ଅସୁସ୍ଥ ଅବସ୍ଥାରେ ଆସିଲେ ଶିକ୍ଷକ । ଶିକ୍ଷକଙ୍କୁ ମେଡିକାଲରେ ଭର୍ତ୍ତି କଲେ ଅନ୍ୟ ସହଯୋଗୀ ଶିକ୍ଷକ । ଗତକାଲି ଶିକ୍ଷକଙ୍କ ଅଜାଙ୍କ ମୃତ୍ୟୁ ହେବା ପରେ ଶିକ୍ଷକ ଛୁଟି ମାଗିଥିଲେ ।ପ୍ରଧାନ ଶିକ୍ଷକ ଛୁଟି ବଦଳରେ ୪୦ କି.ମି ଡିଇଓ ଅଫିସ ପଠାଇଥିଲେ । ଡିଇଓ ଅଫିସ ଯାଇ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
