ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ।ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦ୍ୟ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି । ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା, ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି । ତେବେ କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ, , ସୀତା,ଭରତ ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ରାମଜନ୍ମ ନୀତିସାରି ଫେରିଛନ୍ତି । ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ । ଏହା ଏକ ଭାଇ ଚାରାର ଉତ୍ସବ । ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ । ସେପଟେ ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ଆଜି ବାହାରିବ ସାହିଯାତ ।ଆଠସାହି ଆଖଡ଼ାର ମୁରବିମାନେ ସାହିଯାତରେ ସାମିଲ ହୋଇଥିଲେ। ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଓ ସାତସାହି ମୁରବି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।
