ସିଆଚିନରେ ପ୍ରତିରକ୍ଷା ମନ୍ତ୍ରୀ

ସିୟାଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିବା ସହ କଲେ ଆଲୋଚନା । ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଁଚିବା ପରେ ସିୟାଚେନ୍ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିଛନ୍ତି । ବିଯୁକ୍ତ ତାପମାତ୍ରାରେ ନିୟୋଜିତ ହୋଇ ଦେଶବାସୀଙ୍କ ସେବା କରୁଥିôବା ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ରାଜନାଥ।

ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଗତ ୫ବର୍ଷ ତଳେ ତାଙ୍କୁ ପ୍ରତିରକ୍ଷା ବିଭାଗର ଦାୟିତ୍ୱ ମିଳିବା ପରେ ସେ ଏହାକୁ ସୁଚାରୂ ଭାବେ ତୁଲାଇବାକୁ ପ୍ରୟାସ କରିଥିଲେ। ହୋଲି ଅବସରରେ ସିଆଚିନରେ ପାଗ ଖରାପ ଥିବାରୁ ଯବାନମାନଙ୍କ ଗହଣରେ ସେଲିବ୍ରେଟ କରିପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ।ଦେଶରେ ଦୀପାବଳୀ ପାଳନ ଅବସରରେ ପ୍ରଥମ ଦୀପ ଏବଂ ହୋଲିରେ ପ୍ରଥମ ରଙ୍ଗ ଯବାନଙ୍କ ନାମରେ ହେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଅଧିକ ପଢନ୍ତୁ

Odisha Darpan Digital