ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। କୃଷି ପାଇଁ ଏଥର ବଜେଟରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ଏହା ୧୨ ପ୍ରତିଶତ ଅଧିକ। ସେହିପରି ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି କରାଯାଇଛି। ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି।
ମିଲେଟ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ ପାଇଁ ଏମଏସ୍ପି ୪୨୯୦ ଟଙ୍କା ବାଦ ଅଧିକ ୨ ଶହ ଟଙ୍କା ମିଳିବ।ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି। ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ରେ ୨ ଲକ୍ଷ ୮୫ ହେକ୍ଟର ଜମି ଜଳସେଚିତ କରିବୁ।ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ।