ସିଜିମାଳି ପ୍ରସଙ୍ଗରେ ଜୁଏଲ ଓରାମଙ୍କ ହସ୍ତକ୍ଷେପ ଲୋଡିଲେ ସାଂସଦ ସସ୍ମିତ ପାତ୍ର । ଆଦିବାସୀ ବ୍ୟାପାର ମନ୍ତ୍ରୀ ଓରାମଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଲେ ।ଏଥିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ, ଆଦିବାସୀ କଲ୍ୟାଣ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସହ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ନାହାଁନ୍ତି। କି ଆଦିବାସୀ ଭାଇଭଉଣୀଙ୍କ ସହ ଏପରି ଅତ୍ୟାଚାର କାହିଁକି ହେଉଛି ଓ ଏହାକୁ କିପରି ଭାବରେ ରୋକା ଯାଇ ପାରିବ।ଗ୍ରାମସଭାରେ ବକ୍ସାଇଟ ପ୍ରୋଜେକ୍ଟ ପାଇଁ ଯାହା କୁହାଯାଉଛି, ଗ୍ରାମସଭା ଗୁଡିକ ଠିକ୍ ଭାବେ ହୋଇନଥିଲା। କୌଣସି ଜାଗାରେ ଆଦିବାସୀ ଭାଇଭଉଣୀଙ୍କ ଯେଉଁ ମୂଳ ଇଚ୍ଛା ଥିଲା ସେଠାରେ ନ ହେଉ ବୋଲି ତାହାକୁ ଉପେକ୍ଷା କରି ଜବରଦସ୍ତି କରାଯିବା ସହ ପେଶା ଆଇନ ଏବଂ ଫରେଷ୍ଟ ରାଇଟସ୍ ଆକ୍ଟର ଉଲଂଘନ ମଧ୍ୟ ହୋଇଛି ବୋଲି ସେ କହିଛନ୍ତି। ଜୁଏଲ ଓରାମ ଓଡିଶାରୁ ଥିବାରୁ ଜଣେ ଓଡିଆ ଓ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ସେ ନିଶ୍ଚୟ ତତ୍ପରତାର ସହ ଏହା ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ଏବଂ କେନ୍ଦ୍ର ସରକାରଙ୍କ ମାଧ୍ୟମରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଦିବାସୀ ଭାଇଭଉଣୀମାନେ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ଚେଷ୍ଟିତ ହେବେ | ବିରୋଧ ପ୍ରଦର୍ଶନ କରୁଥିବା ଆଦିବାସୀଙ୍କ ପ୍ରତି ପୋଲିସ ପକ୍ଷପାତିତା କରୁଛି । ପୋଲିସ ମାଡରେ ଅନେକ ଆଦିବାସୀ ଆହତ ହୋଇଛନ୍ତି, ଯାହାକି ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ହସ୍ତକ୍ଷେପ କରି ଆଦିବାସୀଙ୍କ ଅଧିକାର , ସମ୍ମାନ, ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ବୋଲି ଚିଠିରେ ଲେଖିଛନ୍ତି |
