ସୋସିଆଲ ମିଡିଆ କମ୍ପାନୀ ମେଟାର ମସ୍ତବଡ ଭୁଲ । ମେଟା ଲେଖିଲା,କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି । ଯାହାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବ୍ୟାକ୍ଫୁଟରେ ମେଟା। ଅଟୋ ଟ୍ରାନ୍ସଲେସନ ପାଇଁ ମେଟା ପୁଣି ବିବାଦ ଘେରକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ମେଟା ଅଟୋ ଟ୍ରାନ୍ସଲେସନ କରି ସିଦ୍ଧରମୈୟା ଆଉ ନାହାଁନ୍ତି ବୋଲି ପୋଷ୍ଟ କରିଛି। ମେଟାର ମାଲିକାନାରେ ଥିବା ଇନଷ୍ଟାଗ୍ରାମରେ ଏକ କନ୍ନଡ଼ ପୋଷ୍ଟର ସ୍ୱୟଂଚାଳିତ ଇଂରାଜୀ ଅନୁବାଦରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଉ ନାହାନ୍ତି ବୋଲି ଲେଖା ହୋଇଥିଲା ଯାହା ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁର ସୂଚନା ଦେଉଥିଲା । ଏହି ଘଟଣା ପରେ ସିଦ୍ଦରମୈୟା ସିଏମ୍ଙ୍କ ସୋସିଆଲ୍ ମଡିଆ ହ୍ୟାଣ୍ଡେଲର ମେଟାକୁ ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।ସିଦ୍ଧରମୈୟା କହିଛନ୍ତି ଯେ, ଫେସବୁକ ଏବଂ ଇନଷ୍ଟାଗ୍ରାମରେ କନ୍ନଡର ଅତି ଖରାପ ଅନୁବାଦ କରାଯାଉଛି। ଅଟୋ ଟ୍ରାନ୍ସଲେସନ ଯୋଗୁଁ ୟୁଜର୍ସଙ୍କୁ ଭୁଲ୍ ତଥ୍ୟ ମିଳୁଛି। ତଥ୍ୟକୁ ମୋଡ଼ି ମକଚି ଉପସ୍ଥାପନ କରାଯାଉଛି। ଯାହାକି ୟୁଜରଙ୍କୁ ଭ୍ରମିତ କରୁଛି। ସରକାରୀ ପୋଷ୍ଟ ଗୁଡ଼ିକରେ ସୋସିଆଲ ମିଡିଆ ମଞ୍ଚକୁ ଅଧିକ ଧ୍ୟାନ ଦେବା ଉଚିତ୍। ସୂଚନା ଥାଉକି, ଦକ୍ଷିଣ ଭାରତର ଫିଲ୍ମ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ନିଧନରେ ସିଦ୍ଧରମୈୟା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ କନ୍ନଡ ଭାଷାରେ ସମବେଦନା ଜଣାଇଥିଲେ। ହେଲେ ମେଟାର ଅଟୋ ଟ୍ରାନ୍ସଲେସନ ଟୁଲ୍ ଏହାର Chief Minister Siddarmaiah Passed away Yesterday… ବୋଲି ଇଂରାଜୀ ଅନୁବାଦ କରିଥିଲା।
