ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶନିବାର ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ର କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ମହିଳା ଭାବେ ବେଶ ଜନପ୍ରିୟ ଥିଲେ ।ମା’ଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ। ତେବେ ତାଙ୍କ ମା’ଙ୍କ ଦେହାନ୍ତ ଖବର ଶୁଣି ସବୁଆଡ଼େ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢନ୍ତୁ

Odisha Darpan Digital