ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍ ଆନୁକୂଲ୍ୟରେ ବାର୍ଷିକୋତ୍ସବ ଓ ପରିବେଶ ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ପରିବେଶ ତଥା ସବୁଜ ପୃଥିବୀ ଗଠନ ପାଇଁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ମାନଙ୍କରେ “ଜାତୀୟ ଯୁବ ବାହିନୀ ତଥା ଇକୋ କ୍ଲବ୍” କାର୍ଯ୍ୟ କରୁଛି l ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠିତ ଇକୋ କ୍ଲବ୍ ଅଧୀନରେ ଗତକାଲି ଇକୋ କ୍ଳବ୍ର ବାର୍ଷିକୋତ୍ସବ ପାଳିତ ହୋଇଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ କର୍ମଶାଳାରେ  ଅତିଥି ଭାବରେ ଯୋଗଦେଇଥିଲେ l ମୋ ସ୍କୁଲ କମିଟିର ସଭାପତି ଭଗବାନ୍ ଜେନା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ ଓ ପୂର୍ବତନ ସଭାପତି ସନ୍ତୋଷ ସାହୁ ଅତିଥି ଭାବରେ ଯୋଗଦେଇଥିଲେ l  ସେହି ପରି ଆଜି ସବୁଜ ପୃଥିବୀ ସହିତ ସନ୍ତୁଳିତ ପରିବେଶ ଉପରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟଅତିଥି ଭାବରେ ନୟାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ଯୋଗଦେଇ ପିଲାଙ୍କୁ ଜଙ୍ଗଲ ସୁରକ୍ଷା ଓ ସୁସ୍ଥ ପରିବେଶ ଗଠନ ଉପରେ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ କଲେଜ୍ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ମହମ୍ମଦ ଉମର୍ ମଲ୍ଲିକ, ମୋ ସ୍କୁଲ୍ ସଭାପତି ଭଗବାନ୍ ଜେନା, ସମାଜସେବୀ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ପ୍ରବୋଧ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ/ସଦସ୍ୟା ସମେତ ଶତାଧିକ ଅଭିଭାବକ ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଉଭୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ସଭାପତିତ୍ବ କରିଥିଲେ l ବିଦ୍ୟାଳୟର ଇକୋ କ୍ଳବ୍ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସଲିମ୍ ଇବ୍ରlହିମଙ୍କ ପ୍ରତ୍ୱେକ୍ଷ ତତ୍ତ୍ଵାବଧାନରେ ଉଭୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଉଭୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ମିତାଞ୍ଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପ୍ରାରମ୍ଭରେ ସହକାରୀ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ଓ ଲକ୍ଷ୍ମୀପ୍ରିୟା ନାୟକ ଶ୍ଲୋକ ପାଠ କରିଥିଲେ l

ଅଧିକ ପଢନ୍ତୁ

kc ads