ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ ହେଲା ପୋଲିସ SI କେଳେଙ୍କାରୀ ମାମଲା, ଝାରପଡ଼ା ଜେଲ୍ ଗଲେ ୧୨ ଅଭିଯୁକ୍ତ

ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟ ଅନୁମତି ଦେଇଛନ୍ତି । ବିଳମ୍ବିତ ରାତିରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଝାରପଡା ଜେଲକୁ ପଠାଇ ଦିଆଯାଇଛି ।ପୁଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ଜଣ ଆଶାୟୀଙ୍କୁ ସମନ କରିଛି । ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଆସି ହାଜର ହେବାକୁ କୁହାଯାଇଛି । ସେମାନେ ହାଜର ହେବା ପରେ ବିଭିନ୍ନ ଦିଗକୁ ନେଇ ସିବିଆଇ ଜେରା କରିବ । ତେବେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ସିବିଆଇ ୩ଦିନରେ ଖୋର୍ଦ୍ଧା ଓ କଟକ ଅଞ୍ଚଳର ୧୦ ଆଶାୟୀଙ୍କୁ ଜେରା କରିଥିଲା । ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ସମେତ ୩ଜଣିଆ ଟିମ୍ ସେମାନଙ୍କୁ ବିଭିନ୍ନ ଦିଗକୁ ନେଇ ଜେରା କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି ।

ଅଧିକ ପଢନ୍ତୁ