ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି । ପାସ ହାର ରହିଛି ୯୩.୬୬ ।ଓଡ଼ିଶାରେ ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇ ଅଧିକ ସଂଖ୍ୟକ ଝିଅ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ମୋଟ୍ ୧ ଲକ୍ଷ ୩୦ ହଜାର ୧୬୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ୍ ପାସ୍ ହାର ରହିଛି ୯୨.୬୪ ପ୍ରତିଶତ। ଏମାନଙ୍କ ମଧ୍ୟରୁ ଛାତ୍ରଙ୍କ ପାସ୍ ହାର ରହିଛି ୯୧.୬୩ ପ୍ରତିଶତ। ଏମାନଙ୍କ ସଂଖ୍ୟା ହେଲା ୬୯ ହଜାର ୮୬୯। ଏଣେ ଓଡ଼ିଶାର ୬୦,୮୬୯ ଜଣ ଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଙ୍କ ହାର ହେଲା ୯୩.୮୩ ପ୍ରତିଶତ।
କିପରି ଚେକ୍ କରିବେ ରେଜଲ୍ଟ- ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbseresults.nic.in କିମ୍ବା cbse.gov.in ଭିଜିଟ୍ କରନ୍ତୁ । ହୋମପେଜରେ “CBSE Class 10 Result 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।ଏବେ ଏକ ନୂତନ ପୃଷ୍ଠା ଖୋଲିବ, ଯେଉଁଥିରେ ଆପଣଙ୍କୁ ଆପଣଙ୍କର ରୋଲ ନମ୍ବର, ସ୍କୁଲ ନମ୍ବର ଏବଂ ଜନ୍ମ ତାରିଖ ଦେବାକୁ ପଡିବ।ଆପଣ ଦାଖଲ କରିବା ମାତ୍ରେ ଆପଣଙ୍କର ଡିଜିଟାଲ୍ ମାର୍କସିଟ୍ ସ୍କ୍ରିନରେ ଦେଖାଯିବ ।
ଯାହାକୁ ଆପଣ ଡାଉନଲୋଡ୍ କିମ୍ବା ପ୍ରିଣ୍ଟ କରିପାରିବେ ।