ମୟୁରଭଞ୍ଜ ଉଦଳାରେ ଲୁଟ୍ର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସିସିଟିଭିରେ ଶାଢି ଢାଙ୍କି ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଏନ୍ଏସି ୪ନମ୍ବର ୱାର୍ଡର ଜଣେ ଶିକ୍ଷକଙ୍କ ଘରୁ ଦୁର୍ବୃତ୍ତ ଏହି ଲୁଟ୍ କରିଛନ୍ତି । ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି। ଦୁର୍ବୃତ୍ତମାନେ ସିସିଟିଭି ନଜର ରୁ ବଞ୍ଚିବା ପାଇଁ ଘର ଭିତରେ ଥିବା ସିସିଟିଭିରେ ଶାଢ଼ୀ ପକାଇ ଲୁଟ କରିଛନ୍ତି। ଏହା ସହିତ ଘର ବାହାରେ ଥିବା ଗୋଟିଏ ସିସିଟିଭି ଭାଙ୍ଗିବା ସହିତ ଦୁଇ ଗୋଟି ସିସିଟିଭି ବୁଲାଇ ଦେଇଛନ୍ତି। ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
