ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ ଦୁର୍ବୃତ୍ତ। ମୟୂରଭଞ୍ଜ କପ୍ତିପଦା ଥାନା ଗଡ଼ସାହି ଗାଁରେ ଏଭଳି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଘରେ ପଶି ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟି କରିଛନ୍ତି ।ଚୋରମାନେ ଘରେ ଥିବା ଆଲମାରିରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘର ମାଲିକ ଥାନରେ ଅଭିଯୋଗ କରିଛନ୍ତି। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।କପ୍ତିପଦା ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମାତିଛନ୍ତି ଲୁଟେରା । କେହି ନଥିବାର ସୁଯୋଗ ନେଇ ଘରେ ପଶି ଲୁଟପାଟ୍ ଚଳାଇଛନ୍ତି ଲୁଟେରା । ସୂଚନାମୁତାବକ ଗଡ଼ସାହି ଗ୍ରାମର ନାରାୟଣ ଦାସ ବାବୁ ଗତ ୨୮ ତାରିଖ ଆଖି ଅପରେସନ ପାଇଁ ଭୁବନେଶ୍ୱର ଯାଇଥିଲେ। ଯେବେ ଘରେ ପହଞ୍ଚିବା ପରେ ଘର ଗେଟ୍‌ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏଥିସହ ଚାବି ଭଙ୍ଗାଯାଇଥିବା ବେଳେ ଘରର ଜିନିଷ ପତ୍ର ଏଣେତଣେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଅଧିକ ପଢନ୍ତୁ

kc ads