ସୀମାଙ୍କ ନାମରେ ୨୦ଟି ଧାରାରେ ମାମଲା ରୁଜୁ

ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ପାକିସ୍ତାନରୁ ଭାରତକୁ ଆସି ସୀମାଙ୍କ ନାଁରେ କେସ୍ ଦେଇଛନ୍ତି । କେବଳ ସୀମାଙ୍କ ନାମରେ ନୁହଁ ତାଙ୍କ ସ୍ୱାମୀ ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ।ଏନେଇ ସେ ସୁରଜପୁର କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ ମଧ୍ୟ କରିଛନ୍ତି।

ଏହି ଆବେଦନକୁ କେନ୍ଦ୍ର କରି କୋର୍ଟ ଜେୱର ପୁଲିସକୁ ଏକ ନୋଟିସ ଜାରି କରିଛନ୍ତି ଏବଂ ଏହାର ଉତ୍ତର ଏପ୍ରିଲ ୧୮ ସୁଦ୍ଧା ଦେବାକୁ କହିଛନ୍ତି। ପ୍ରାୟ ୨୦ଟି ଧାରାରେ ମାମଲା ରୁଜୁ କରିବା ପାଇଁ ଏହି ଆବେଦନରେ ଦାବି କରାଯାଇଛି। ଏହାଦ୍ବାରା ସୀମା ଓ ସଚିନଙ୍କ ଅସୁବିଧା ବଢ଼ିପାରେ ବୋଲି କୁହାଯାଉଛି।ସୀମା ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ଗୁଲାମ ହାଇଦର କହିଛନ୍ତି । ସୀମା ଓ ସଚିନଙ୍କ ବିବାହକୁ ସେ ଖଣ୍ଡନ କରିଛନ୍ତି ।ଗୁଲାମ ହାଇଦରଙ୍କ ଆଇନଗତ କାର୍ଯ୍ୟ ପ୍ରକ୍ରିୟା ପରେ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପାଇଁ ସମସ୍ୟା ବଢିପାରେ । କାରଣ ଗୁଲାମ ହାଇଦର ତାଙ୍କ ଚାରି ସନ୍ତାନଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଭାରତ ସରକାରଙ୍କ ନିକଟରେ ନିବେଦନ କରିସାରିଛନ୍ତି।ଏହାପୂର୍ବରୁ ଗୁଲାମ ହାଇଦରଙ୍କ ଓକିଲ ସୀମା ଏବଂ ସଚିନଙ୍କୁ ୩କୋଟି ଟଙ୍କା ନୋଟିସ ପଠାଇଥିଲେ। ଏହା ଜବ୍ୟତୀତ ସୀମା ଏବଂ ସଚିନଙ୍କ ଓକିଲ ଡକ୍ଟର ଏ.ପି ସିଂଙ୍କୁ ୫ କୋଟି ଟଙ୍କାର ନୋଟିସ ମଧ୍ୟ ପଠାଯାଇଥିଲା। ଜରିମାନା ରାଶି ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ଗୁଲାମଙ୍କ ଓକିଲ ଚେତାବନୀ ଦେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital