ସୁଜିତ କୁମାରଙ୍କ ଇସ୍ତଫା ପରେ କିଏ ଯିବ ରାଜ୍ୟସଭା ?

ରାଜ୍ୟ ସଭା ଏମପି ପଦରୁ ପୂର୍ବତନ ବିଜେଡି ନେତା ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରୁ କିଏ ରାଜ୍ୟ ସଭା ଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୁଜିତ କୁମାର ଇସ୍ତଫା ଦେବା ପରେ ଫାଙ୍କା ପଡିଛି ରାଜ୍ୟସଭା ଆସନ। ଏହି ଆସନରୁ କିଏ ଉଚ୍ଚ ସଦନ ଯିବେ ତାହାକୁ ନେଇ ସସପେନ୍ସ ଜାରି ରହିଛି। ସଂଖ୍ୟା ଦୃଷ୍ଟିରୁ ବିଜେପି ପୁଣିଥରେ ଏହି ଆସନ ହାତେଇବା ନିଶ୍ଚିତ। କିନ୍ତୁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ରାଜ୍ୟସଭା ରେସରେ ରହିଛନ୍ତି ଅନେକ ଆଶାୟୀ। ତେବେ ମମତାଙ୍କ ଭଳି ଭାଜପା ସୁଜିତଙ୍କୁ ମଧ୍ୟ ପୁନର୍ବାର ରାଜ୍ୟ ସଭା ପଠାଇପାରେ। କାରଣ ସୁଜିତଙ୍କର କାର୍ଯ୍ୟକାଳ ଖୁବ କମ ସମୟ ଆଉ ବାକିଥିଲା। ତେଣୁ ଭାଜପା ସ୍ୱଳ୍ପ ସମୟ ପାଇଁ ଦଳର ଅନ୍ୟ କୌଣସି ନେତାଙ୍କୁ ନ ପଠାଇପାରେ। ଏହା ବ୍ୟତୀତ ସୁଜିତଙ୍କୁ ପୁନର୍ବାର ରାଜ୍ୟ ସଭା ପଠାଇ ବିଜେଡିର ଅନ୍ୟ ନେତାମାନଙ୍କୁ ମଧ୍ୟ ଜଣାଇଦେବାକୁ ଚାହିଁବା କି ଦଳରେ ଯୋଗ ଦେଉଥିବା ନେତାମାନଙ୍କୁ ଭାଜପାରେ ଅଗ୍ରାଧିକାର ଦିଆଯାଏ।

ଅଧିକ ପଢନ୍ତୁ

Odisha Darpan Digital