ଓଡ଼ିଶା ଫେରିଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସି ରହିଥିବା ଓଡ଼ିଆ ପୁଅ ଆଦର୍ଶ ବେହେରା । ଗୃହ ଯୁଦ୍ଧ ଭିତରେ ସେଠାରୁ ମୁକୁଳି ଶେଷରେ ନିଜ ଓଡ଼ିଶା ମାଟିକୁ ଫେରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ନିଜ ପୁଅକୁ ଦେଖି କୋହଭରା ହୋଇ କାନ୍ଦିବରେ ଲାଗିଥିଲେ ।ଆଦର୍ଶଙ୍କ କହିବାନୁଯାୟୀ, ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ RSF (ରାପିଡ ସପୋର୍ଟ ଫୋର୍ସ)ର ୧୫ରୁ ୨୦ ଜଣ ସଦସ୍ୟ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ। ସେମାନେ ପ୍ରଥମେ ସେ ଭାରତୀୟ ବୋଲି ଜାଣି ନଥିଲେ।
ଅପହରଣ ପରେ ତାଙ୍କୁ ୨ରୁ ୩ ଦିନ ଜଙ୍ଗଲରେ ଓ ପରେ ଏକ ଜେଲରେ ରଖିଥିଲେ। ସେ ବଞ୍ଚିବେ ବୋଲି ଭାବି ନଥିଲେ, କାରଣ ସେଠାରେ ଦିନେ ଖାଇଲେ ଦିନେ ଖାଉ ନଥିଲେ। ତାଙ୍କୁ ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ ପଟି ପକାଇ ରଖିଥିଲେ।ଆଦର୍ଶ ଗତକାଲି ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହରିଥିଲେ । ବିଦ୍ରୋହୀ ଆତଙ୍କୀ ସଂଗଠନ ଆରଏସଇ ଆଦର୍ଶଙ୍କ ଗତ ଦେଢ ମାସ ତଳେ ଅପହରଣ କରିନେଇଥିଲେ । ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରାଙ୍କ ଘର । ଆଦର୍ଶ ପଣବନ୍ଦୀ ଥିବା ଜଣାପଡିବା ପରେ ସାଂସଦ ବିଭୁପ୍ରସାଦ ତରାଇଙ୍କ ଅନୁରୋଧରେ ବୈଦେଶିକ ମନ୍ତ୍ରାଣାଳୟ ପକ୍ଷୁ ତାଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବ୍ୟାପକ ପଦକ୍ଷେପ ପରେ ସୁରକ୍ଷିତ ଭାବେ ଶେଷରେ ଓଡ଼ିଶା ଫେରିଛନ୍ତି ଆଦର୍ଶ ।
