ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ସମୁଦ୍ର କୂଳିଆ ଗାଁ । ସୁନାମୀ ସୁରକ୍ଷା ନେଇ ଓଡ଼ିଶାର ୬ ଜିଲ୍ଲାର ୨୪ ଗାଁକୁ ଟ୍ୟାଗ୍ ପ୍ରଦାନ କରିଛି ୟୁନେସ୍କୋ । ଏଥିରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲାର ଉପକୂଳବର୍ତ୍ତୀ ୨୪ ଗାଁକୁ ୟୁନେସ୍କୋର ଆନ୍ତ ସରକାରୀ ଓସେନୋଗ୍ରାଫିକ୍ କମିଶନ ସୁନାମୀ ପ୍ରସ୍ତୁତି ପ୍ରମାଣ ପତ୍ର ପ୍ରଦାନ କରିଛି । ୧୧ ନଭେମ୍ବରରେ ଇଣ୍ଡୋନେସିଆରେ ଦ୍ୱିତୀୟ ଗ୍ଲୋବାଲ୍ ସୁନାମୀ ସମ୍ମିଳନୀ ସମୟରେ ୟୁନେସ୍କୋ ଏହି ସାର୍ଟିଫିକେଟ୍ ମିଳିଛି ।
ସେହିପରି ଜଗତସିଂହପୁର ଜିଲ୍ଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଗାଁର ସୁନାମୀ ପ୍ରାମଣ ପତ୍ରକୁ ନବିକରଣ କରିଛନ୍ତି । ସୁନାମୀ ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉପକୂଳିଆ କିପରି ରହିବେ ସତର୍କ । ଏହାସହ ବିପର୍ଯ୍ୟୟ ସମୟରେ କିପରି ଧନ ଜୀବନ ନଷ୍ଟ ନହେବ ସେନେଇ ବି ପ୍ରୟାସ କରାଯାଇଛି । ସୁନାମୀକୁ ଦୃଷ୍ଟିରେ ରଖି INCOIS ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଏକ ଜାତୀୟ ବୋର୍ଡ ଗଠନ କରାଯାଇଛି।