ସୁନା ଖୋଜିବାକୁ ଯାଇ ଶ୍ରମିକଙ୍କ ମୃତ୍ୟୁ

ଜୟପୁରର ସାଙ୍ଗାନେର ସଦର ଥାନା ଅନ୍ତର୍ଗତ ସୀତାପୁରାର ଅଳଙ୍କାର ବଜାରରେ ବିଳମ୍ବିତ ରାତିରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଏଠାରେ ଏକ ଅଳଙ୍କାର କାରଖାନାରେ ସେପ୍ଟିକ୍ ଟ୍ୟାଙ୍କ ସଫା କରିବାକୁ ଯାଇ 8ଜଣ ଶ୍ରମିକଙ୍କ ମଧ୍ୟରୁ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ 4 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ବାହାରକୁ ଆସିଥିବାବେଳେ ଅନ୍ୟ ଦୁଇଜଣ ଶ୍ରମିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଘଟଣାଟି ସୀତାରପୁର ଅଞ୍ଚଳରେ ଥିବା ଅଚଳ ଜେମ୍ସ କମ୍ପାନୀ ପରିସରରେ ଘଟିଛି। ସୂଚନା ଅନୁସାରେ, ଗହଣା ତିଆରି କାରଖାନାରେ ଗହଣା ତିଆରି ସମୟରେ ସୁନା କଣିକାଗୁଡ଼ିକ ପାଣି ସହିତ ସେପ୍ଟିକ ଟାଙ୍କିକୁ ଚାଲିଯାଇଥାଏ। ପ୍ରତି ଦୁଇମାସରେ ଏହି ଟାଙ୍କି ସଫା କରାଯାଇଥାଏ। ଟାଙ୍କିରୁ ରସାୟନଯୁକ୍ତ ପାଣିକୁ ବାହାର କରାଯିବା ପରେ ସେଥିରୁ ସୁନାକୁ ଛାଣି ବାହାର କରାଯାଏ।ସମାନ ଉଦ୍ଦେଶ୍ୟରେ ଶ୍ରମିକମାନଙ୍କୁ ଟାଙ୍କି ଭିତରକୁ ପଠାଯାଇଥିଲା। କିନ୍ତୁ ଟାଙ୍କିରେ ଥିବା ବିଷାକ୍ତ ଗ୍ୟାସ ଯୋଗୁଁ, ଜଣେ ପରେ ଜଣେ ଶ୍ରମିକ ଚେତାଶୂନ୍ୟ ହୋଇ ପଡ଼ିଲେ। ଯେତେବେଳେ ଟାଙ୍କି ଭିତରକୁ ପଶିଥିବା ଶ୍ରମିକମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନଥିଲା, ଅନ୍ୟ ଶ୍ରମିକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଟାଙ୍କି ଭିତରକୁ ଯାଇଥିଲେ କିନ୍ତୁ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସର ଶିକାର ହୋଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital