ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ

ସୁନା ଚୋରା ଚାଲାଣ ମାମଲାରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ଏହି ନିର୍ଦ୍ଦେଶ ବିଦେଶୀ ମୁଦ୍ରା ସଂରକ୍ଷଣ ଏବଂ ଚୋରାଚାଲାଣ ନିବାରଣ ଆଇନ (COFEPOSA) ପରାମର୍ଶଦାତା ବୋର୍ଡ ଦ୍ୱାରା ପାସ କରାଯାଇଛି, ଯେଉଁଥିରେ ରଣ୍ୟା ରାଓଙ୍କ ସହିତ ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ସାମିଲ୍ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ ବର୍ଷର କାରାଦଣ୍ଡ ସମୟରେ ରାନ୍ୟାଙ୍କୁ ଜାମିନ ମିଳିପାରିବ ନାହିଁ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅଧିକାରୀମାନେ ମାର୍ଚ୍ଚ ୩ରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ରାନ୍ୟା ରାଓଙ୍କୁ ଗିରଫ କରିଥିଲେ । ରାନ୍ୟାଙ୍କ ନିକଟରୁ ଦୁବାଇରୁ ଅଣାଯାଇଥିବା ପ୍ରାୟ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ।ଏହାପରେ ରାନ୍ୟାଙ୍କ ବାସଭବନରେ ଚଢ଼ାଉ କରାଯାଇ ୨.୦୬ କୋଟି ଟଙ୍କାର ସୁନା ଅଳଙ୍କାର ଏବଂ ୨.୬୭ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ରାନ୍ୟା ୨୦୨୩ ରୁ ୨୦୨୫ ମଧ୍ୟରେ ୩୪ ଥର ଏକାକୀ ଦୁବାଇ ଯାତ୍ରା କରିଥିଲେ । ଏହି ମାମଲାରେ ତାଙ୍କ ସହଯୋଗୀ ତରୁଣ କୋଣ୍ଡୁରୁ ରାଜୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଇଡି ରଣ୍ୟା ରାଓଙ୍କ ବିରୋଧରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ଏକ ECIR ଦାୟର କରିଥିଲା ।

ଅଧିକ ପଢନ୍ତୁ

kc ads