ସୁନା ଦରରେ ପୁଣି ବୃଦ୍ଧି। ଚିନ୍ତାରେ ସୁନା ପ୍ରେମୀ।

ପୁଣି ଚିନ୍ତା ବଢ଼ାଇଲା ସୁନା ଦର। କମିଥିଲା ପୁଣି ବଢ଼ିଲା। ଯାହ ଅନୁମାନ କରାଯାଉଛି ସବୁ ରେକର୍ଡ ଭାଙ୍ଗିବ ସୁନା ଦର। କିଛି ଦିନ ତଳେ ଲକ୍ଷେ ଛୁଇଁଥିଲା ସୁନା। ହେଲେ ପୁଣିଥରେ କମି ଥିଲା। ତେବେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୯, ୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୧ ,୩୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୧, ୪୫୦ ଟଙ୍କା ରହିଛି ।
ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୧୦୦ ରହିଛି। ଗତକାଲି ମଧ୍ୟ ଏତିକି ଥିଲା।

ଅଧିକ ପଢନ୍ତୁ

Odisha Darpan Digital