ସୁନା ଦର ବଢ଼ିଥିବାବେଳେ କମିଛି ରୁପାର ଦର

ଆଜି ସୁନା ଦର ସାମାନ୍ୟ ବୃଦ୍ଧି ଘଟିଥିବାବେଳେ ରୂପା ଦର କମିଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୧,୭୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୮,୩୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୧,୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୮,୩୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ଆଜି ରୂପା ଦର ହ୍ରାସ ଘଟିଛି। ରୂପା ଦର ୧୦ ହଜାର ଟଙ୍କା ହ୍ରାସ ଘଟି କିଲୋଗ୍ରାମ୍‌ ପିଛା ୨ଲକ୍ଷ ୯୦ ହଜାର ଟଙ୍କାରେ ପହଞ୍ଚିଛି । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅଧିକ ପଢନ୍ତୁ