ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣବଳାତ୍କାର: 3 ଜଣ ଗିରଫ

ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ନାବାଳିକାଙ୍କୁ ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଅଞ୍ଚଳରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରୁ ସ୍କୁଟରରେ ରାଜଗାଙ୍ଗପୁର ନିକଟସ୍ଥ କାନସବାହାଲକୁ ବୁଲାଇବା ନେଇ ନେଇଥିଲେ। ସେଠାରେ ମୁଖ୍ୟ ଅଭିଯୁକ୍ତ (ଶିତେଶ) ଓ ତାଙ୍କର ଦୁଇ ସାଙ୍ଗ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନରେ ଗଣବଳାତ୍କାର କରିଥିଲେ।

ନାବାଳିକାଙ୍କ ପରିବାର ଗତକାଲି କାନସବାହାଲ ପୋଲିସ ଆଉଟପୋଷ୍ଟରେ ଏନେଇ ଅଭିଯୋଗ ଦାୟର କରିଥିଲେ। ଘଟଣାକୁ ଗୁରୁତ୍ୱ ଦେଇ କାନସବାହାଲ ପୋଲିସ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା। ଏପରେ କୋରାପୁଟ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବାବେଳେ ସେପଟେ ରାଉରକେଲା ବ୍ରାହ୍ମଣୀ ଥାନା ଅଞ୍ଚଳରେ ମଧ୍ୟ ନାବାଳିକାଙ୍କୁ କରାଯାଇଛି ଗଣଦୁଷ୍କର୍ମ। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅଧିକ ପଢନ୍ତୁ

kc ads