ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି କଳା ବାଘ

ସୁନ୍ଦରଗଡ଼ରେ ପୁଣି କଳା ବାଘ ଠାବ ହୋଇଛି । ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି କଳା ବାଘ। ଟ୍ରାପ କ୍ୟାମେରାରେ କଏଦ ହୋଇଛି ଚିତ୍ର। ଗତ ୨୦୨୩ ଡିସେମ୍ବର ମାସରେ ମଧ୍ୟ ହେମଗିରି ଫରେଷ୍ଟ ରେଞ୍ଜରେ କଳା ବାଘ ଠାବ ହୋଇଥିଲା । ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଇ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବନ ବିଭାଗ ଯୋଜନା କରୁଥିବା ନେଇ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।ବାଘ ଠାବ ହେବାପରେ ସେଠାରେ ଉପଯୁକ୍ତ ପରିବେଶ ତିଆରି କରିବାପାଇଁ କାମ ପ୍ରସ୍ତୁତି ଆରମ୍ଭ କରିଛି ବନବିଭାଗ।

ଅଧିକ ପଢନ୍ତୁ