ସୁବର୍ଣ୍ଣରେଖାରେ ଆସିଲା ହଠାତ୍ ବନ୍ୟା , ଡଙ୍ଗାରେ ଗଲା ବର

ଅଦିନିଆ ବର୍ଷାରେ ବେହାଲ ସ୍ଥିତି । ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଉଚ୍ଛୁଳା ନଦୀର ପାଣିରେ ସବୁ ସ୍ୱପ୍ନ ବୋହିଗଲା। ହାତ ଗଣ୍ଠି ପଡ଼ିଲା, ହେଲେ ଫୁଟିଲାନି ବାଣ, ଦୁଲୁକିଲାନି ଗାଁ। ଡଙ୍ଗାରେ ଯାଇ କନିଆର ହାତ ଧରିଲା ବର। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ।। ଜଣେ ବର ବନ୍ୟା ପାଣିରେ ଡଙ୍ଗାରେ ବସି କନିଆଁ ଘରକୁ ବର ବେଶ ସାଜି ବିବାହ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । କିନ୍ତୁ ବରଯାତ୍ରୀ କୂଳରେ ଛିଡା ହୋଇ ବରକୁ ଅପେକ୍ଷା କରିଛନ୍ତି ବରଯାତ୍ରୀ ଯିବା ପାଇଁ ।

ଏହି ବର ଓ ବରଯାତ୍ରୀ ନେଦା ଗାଁରୁ ବାହାରିଛନ୍ତି ଝାରଖଣ୍ଡ ଟାଟା ନଗର ଯିବାପାଇଁ । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ହଠାତ୍ ବନ୍ୟା ଆସିଥିଲା। ପାଣିଘେରରେ ରହିଯାଇଥିଲା ନେଦା ଗାଁ।ଗତ ଶୁକ୍ରବାର ବ୍ୟକ୍ତି ଜଣଙ୍କ ବନ୍ୟା ପାଣିକୁ ଖାତିର ନକରି ବିବାହ କରିବାକୁ ଯାଇଥିଲେ । ବର ବେଶରେ ସଜେଇ ହୋଇ ଗାଁରୁ ଡଙ୍ଗାରେ ବାହାରିଥିଲା ବର। ଗୋଟିଏ କିମି ଡଙ୍ଗାରେ ଯିବା ପରେ ବର ଓ ବରଯାତ୍ରୀ ଗାଡ଼ିରେ କନିଆ ଘର ଝାରଖଣ୍ଡର ଟାଟା ନଗରରେ ପହଞ୍ଚିଥିଲେ।

ଅଧିକ ପଢନ୍ତୁ

kc ads