ସୁଭଦ୍ରାକୁ ନେଇ ଆସିଲା ବଡ଼ ଖବର, ଏହିମାନଙ୍କୁ ମିଳିବ ତୃତୀୟ କିସ୍ତି ଟଙ୍କା

ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସୁଭଦ୍ରା ସମୀକ୍ଷା କାର୍ଯକ୍ରମ । ରାଜ୍ୟରେ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ଅଙ୍ଗନବାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ।ଆଇଆଇଏମ ସମ୍ବଲପୁରର ମଡେଲ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ରଙ୍କ ସହଯୋଗରେ ମହିଳା ଶିଶୁ ବିକାଶର ମିଳିତ ଉଦ୍ୟମରେ ରାଜ୍ୟବ୍ୟାପୀ ଏହି ସୁଭଦ୍ରା ସମୀକ୍ଷା କରାଯିବ ।ଆସନ୍ତା ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ତୃତୀୟ କିସ୍ତି।ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ଆସନ୍ତା ୨ ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ।ବହୁ ଜଲଦି ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାର ସମସ୍ତ କିସ୍ତି।ଏହି କାର୍ଯ୍ୟକ୍ରମ ୨୨ ହଜାର ମହିଳାଙ୍କୁ ସୁଭଦ୍ରା ସମୀକ୍ଷା କରିବାକୁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ

kc ads