ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାନୂଆ ପୁରୁଣା ସମସ୍ତଙ୍କ ଆକାଉଣ୍ଟକୁ ଯିବ ଏହି ଟଙ୍କା ।ଆଜି ସମୀକ୍ଷା ବୈଠକ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁଭଦ୍ରାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ । ଏସଓପି ଅନୁସାରେ କରାଯିବ ।ତେବେ ଚଳିତ ଥର ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସୁଭଦ୍ରା ଟଙ୍କା ପାଇବେ । ପୂର୍ବରୁ ବାଦ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ପୁଣିଥରେ ସାମିଲ କରାଯାଇଛି ।ଗତ ନଭେମ୍ୱର ମାସରେ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ନୂଆ କରି ୧ ଲକ୍ଷ ୭୮ ହଜାର ୩୯୮ ନୂଆ ହିତାଧିକାରୀଙ୍କୁ ପ୍ରଥମ ଥର ମିଳିବ ସୁଭଦ୍ରା ଟଙ୍କା । ୫୦୦୦ ଟଙ୍କା ଲେଖାଏଁ ପାଇବେ । ତେବେ ପୂର୍ବରୁ ଯେଉଁମାନେ ବାଦ୍ ପଡିଥିଲେ ସେମାନେ ସମସ୍ତ କିସ୍ତି ଏକାଥରେ ପାଇବେ । ସେହିପରି ଅଭିଯୋଗ ଶୁଣାଣି ରେ ୨୪ହଜାର ୧୮ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।ମହିଳାଙ୍କୁ ସଶକ୍ତ କରିବା ପାଇଁ ସଭୁଦ୍ରା ନୂଆ ଅଧ୍ୟୟ ଲେଖବ।
