‘ସୁଭଦ୍ରା’କୁ ନେଇ ବଡ ଘୋଷଣା, ରାଜ୍ୟ ବାହାରେ ରହୁଥିବା ମହିଳାଙ୍କୁ ବି ମିିଳିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା’କୁ ନେଇ ମଙ୍ଗଳବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ବାହାରେ ଥିବା ମହିଳାଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଟଙ୍କା।ତୁରନ୍ତ ସୁଭଦ୍ରା ଯୋଜନା ପାଇଁ ଅନଲାଇନ ଆବେଦନ କରିବା ପାଇଁ କହିଲେ ପ୍ରଭାତୀ ପରିଡ଼ା ।ଚଳିତ ମାସ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ସରକା କହିଛନ୍ତି । ଏଥିରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ମିଳିବ ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ବାହାରେ ଅନେକ ମହିଳା ରହିଛନ୍ତି। ଯେଉଁମାନେ ସୁଭଦ୍ରାରେ ସାମିଲ ପାଇଁ ଆବେଦନ କରି ନାହାଁନ୍ତି। ସେମାନଙ୍କୁ ଅନୁରୋଧ କରିଛନ୍ତି, ଟଙ୍କା ପାଇବା ପାଇଁ ଶୀଘ୍ର ଆବେଦନ କରନ୍ତୁ।

ଅଧିକ ପଢନ୍ତୁ

Odisha Darpan Digital