ସୁଭଦ୍ରାରେ ତ୍ରୁଟି ସୁଧାରିଲେ ଆସିବ ଟଙ୍କା

ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ତ୍ରୁଟି ସୁଧାରିବା ପାଇଁ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ ରହିଛି । ଗୋଟିଏ ନମ୍ବର ସହ ଗୋଟିଏ ଆକାଉଣ୍ଟ ଲିଙ୍କ କରନ୍ତୁ । ସେହି ଫୋନ ନମ୍ବର ଆଧାର ସହ ଲିଙ୍କ ଥିବା ଦରକାର । ୫ ଲକ୍ଷ ମହିଳାଙ୍କ ଖାତାରେ ଆଧାର  ଲିଙ୍କ ହୋଇନି । ଆବେଦନ ଖାରଜ ତାଲିକାରେ ୨ ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ନାଁ ରହିଛି । ସମସ୍ତ ତାଲିକା ବ୍ଲକକୁ  ପଠାଯାଇଛି  

କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଅର୍ଥ ପାଇବାକୁ ଯେପରି ବଂଚିତ ନହେବେ ତାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଅଦ୍ୟାବଧି ୧କୋଟି ୩ ଲକ୍ଷ ୬୨ ହଜାର ୩୭୭ ସୁଭଦ୍ରା ଆବେଦନ ଗ୍ରହଣ କରାଯାଇଥିବାବେଳେ ପ୍ରଥମ ଓ ୨ୟ ପର୍ଯ୍ୟାୟରେ ପ୍ରାୟ ୬୦ଲକ୍ଷ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ସହାୟତା ରାଶି ପ୍ରଦାନ କରାଯାଇଛି।

ଅଧିକ ପଢନ୍ତୁ