ସୁଭଦ୍ରାରେ ପୁନଃସାମିଲ ହେଲେଣି ୮ ହଜାରରୁ ଅଧିକ ଆବେଦନକାରୀ ।

ଭଦ୍ରା ପୋର୍ଟାଲରୁ ଭୁଲ୍‌ରେ ନାମ ବାଦ୍ ହୋଇଯାଇଥିଲେ କରିହେବ ପୁନଃସାମିଲ ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ ।ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃସାମିଲ ହୋଇସାରିଛନ୍ତି । ଏବେ ବି ୨ ଲକ୍ଷରୁ ଅଧିକ ଆବେଦନକାରୀ ଇ-କେୱାଇସି କରିନାହାନ୍ତି ।

ଯୋଗ୍ୟ ବିବେଚିତ ହେଲେ ମଧ୍ୟ ଅର୍ଥ ପାଇବାରେ ଅସୁବିଧା ହେବ । ତେଣୁ ନିକଟ ଜନସେବା କେନ୍ଦ୍ରରେ ତୁରନ୍ତ ଇ-କେୱାଇସି କରିବାକୁ ସରକାରଙ୍କ ପରାମର୍ଶ । ଖୁବଶୀଘ୍ର ୪ର୍ଥ ପର୍ଯ୍ୟାୟ ପ୍ରତମ କିସ୍ତି ‘ସୁଭଦ୍ରା’ ଟଙ୍କା ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ