ସୁଭଦ୍ରା ପାଇଁ ଟଙ୍କା ନେଉଥିଲେ,ଥାନାରେ ଜଣାଅ

ରାଜ୍ୟ ସରକାର ପ୍ରଣୟନ କରିଥିବା ସୁଭଦ୍ରା ଯୋଜନା ଫର୍ମ ସଂଗ୍ରହ ତଥା ପଞ୍ଜିକରଣ ପାଇଁ ଗତ କିଛିଦିନ ଧରି ଜନସେବା କେନ୍ଦ୍ରଗୁଡ଼ିକରେ ଭିଡ଼ ଜମୁଛି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ଡାଟାବେସରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମଙ୍ଗଳବାର ସୁଦ୍ଧା ୧୫ ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି। କିନ୍ତୁ ‘ସୁଭଦ୍ରା’ ଯୋଜନାର ଫର୍ମ ଓ ଅନଲାଇନରେ ଫର୍ମ ଅପଲୋଡ୍ ପାଇଁ ବିଭିନ୍ନ ସ୍ଥାନରେ ଆବେଦନକାରୀଙ୍କଠୁ ଟଙ୍କା ଦାବି କରାଯିବା ଖବର ମିଳିବା ପରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ବ୍ୟକ୍ତ କରିଛନ୍ତି । ସୁଭଦ୍ରା ଫର୍ମ ଓ ପଞ୍ଜିକରଣ ପାଇଁ ଯଦି କେହି ଅର୍ଥ ଦାବି କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସତର୍କ କରାଇଛନ୍ତି । ଏହାସହିତ ଆବେଦନ ପ୍ରକ୍ରିୟା ପାଇଁ ଯଦି କେହି ଟଙ୍କା ମାଗୁଛନ୍ତି ତାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବାକୁ ମଧ୍ୟ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।ତେବେ ପ୍ରତି ଫର୍ମ ଅପଲୋଡ ପାଇଁ ରାଜ୍ୟ ସରକାର ୧୫ ଟଙ୍କା ଦେଉଛନ୍ତି।

ଅଧିକ ପଢନ୍ତୁ

kc ads