ସୁଭଦ୍ରା ପାଇଁ ପୁରସ୍କାର ପାଇବେ ଅଙ୍ଗନବାଡି କର୍ମୀ ଓ ଦିଦି

Anganwadi କର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇଥିବାରୁ ମିଳିବ ବଡ଼ ପୁରସ୍କାର ରାଶି। ଗୁରୁବାର ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ପାର କରିଛି । ସୁଭଦ୍ରା ସଫଳତାକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ୧୫ଶହ ଟଙ୍କା ଏବଂ ସହାୟିକା ମାନଙ୍କୁ ୫ଶହ ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେପଟେ ଆସନ୍ତା ୮ ତାରିଖରେ ସୁଭଦ୍ରାର ଦ୍ବିତୀୟ କିସ୍ତି ସହାୟତା ରାଶି ଦିଆଯିବ । ଏହାପୂର୍ବରୁ ୭ ତାରିଖ ସଂଧ୍ୟାରେ ସବୁ ମହିଳା ହିତାଧିକାରୀଙ୍କୁ ଗୋଟିଏ ଲେଖାଏ ଦୀପ ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଅଧିକ ପଢନ୍ତୁ