ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ମାଗି ବନ୍ଧା ହେଲେ ସିଏସସି କର୍ମଚାରୀ

ସୁଭଦ୍ରା ଫର୍ମ ରେଜିଷ୍ଟ୍ରେସନ୍ ପାଇଁ ଟଙ୍କା ନେଇ ବନ୍ଧା ହେଲେ ସିଏସସି କର୍ମଚାରୀ। ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ପ୍ରତି ଫର୍ମ ପାଇଁ ଶହେ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ତଦନ୍ତ କରି ତାଙ୍କୁ ଗିରଫ କରିଛି ପୋଲିସ୍ ।ସେ ଫର୍ମ ଆବେଦନ ପାଇଁ ଜଣାକୁ ୧୩୦ ଟଙ୍କା ଲେଖାଏଁ ନେଉଥିଲେ। ଏନେଇ ଟିଟିଲାଗଡ଼ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ‘ସୁଭଦ୍ରା’ ଯୋଜନା ଫର୍ମ ପୂରଣ ପାଇଁ ସେ ଟଙ୍କା ନେଉଥିବା ପୁଲିସ୍‌ ପାଖରେ ସ୍ୱୀକାର ମଧ୍ୟ କରିଛି।

ଅଧିକ ପଢନ୍ତୁ