ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏସ୍‌ଓପି ଆସିବ ।

ପରେ ସେପ୍ଟେମ୍ବର ୧୭ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରାଯିବ । ତେଣୁ ଏସ୍‌ଓପି ଆସିଲେ ରୂପରେଖ ଜଣାପଡିବ। ଲୋକମାନେ ଯାହା ମତାମତ ଦେବେ, ସେହି ହିସାବରେ ସଂଶୋଧନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୧୪ ତାରିଖ ସୁଦ୍ଧା ଜିଲ୍ଲାପାଳମାନଙ୍କଠାରୁ ଫିଡ୍‌ବ୍ୟାକ୍‌ ରିପୋର୍ଟ ଆସିବ।

ଅଧିକ ପଢନ୍ତୁ