ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁବିଧା

ସୁଭଦ୍ରା ଯୋଜନାକୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ଯେପରି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ଦ୍ୱାର ଠାରୁ ଦ୍ୱାର ହିତାଧିକାରୀଙ୍କୁ ଖୋଜା ଯିବ । ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଏବେ ସୁଦ୍ଧା ସୁଭଦ୍ରାରେ କୋଟିଏ ୮ ଲକ୍ଷ ମହିଳା ଆବେଦନ କରିଛନ୍ତି । ସେଥିରୁ ୫ ଟି ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯିବ। ଆସନ୍ତାକାଲି କୋଟିଏ ପାର କରିବ ସୁଭଦ୍ରା ହିତାଧିକାରୀ ।ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏହାସହ ୫ ପର୍ଯ୍ୟାୟରେ ପ୍ରାୟ କୋଟିଏ ୨୦ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ।

ଅଧିକ ପଢନ୍ତୁ