ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ

ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ । ଏପର୍ଯ୍ୟନ୍ତ ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଯାଞ୍ଚ ଜାରି ରହିଛି ।ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ । ସେମାନେ ତ୍ରୃଟିରେ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

ଇ-କେୱାଇସି ଯାଞ୍ଚବେଳେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ସୂଚନାଯୋଗ୍ୟ, ଚଳିତ ମାସ ଶେଷ ସପ୍ତାହରେ ସୁଭଦ୍ରା ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ମହିଳାମାନଙ୍କୁ ମିଳିବ । ପାଖାପାଖି ୨୦ ଲକ୍ଷ ମହିଳା ଏହାଦ୍ୱାରା ଉପକୃତ ହେବେ । ଯୋଜନାରୁ ବାହାରି ଯାଇଥିବା ବା ଅପ୍‌ଟ ଆଉଟ୍‌ ହୋଇଥିବା ଅଧିକାଂଶ ମହିଳାଙ୍କ ମଧ୍ୟରୁ ଅନେକ ଅପ୍‌ଟ ଇନ୍‌ କରିସାରିଲେଣି। ଶେଷ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital