ସୁଭଦ୍ରା ଯୋଜନାରେ ଲିଷ୍ଟ ନିଜ ଫୋନରେ ଦେଖନ୍ତୁ |

ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ଲିଙ୍କ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନଙ୍କର ଏକ ଲିଷ୍ଟ ଜାରି କରିଛନ୍ତି ସରକାର। ଲୋକମାନେ ଘରେ ବସି ନିଜର ମୋବାଇଲରେ ଏହି ଲିଷ୍ଟକୁ ଦେଖିପାରିବେ। ଏହିଭଳି ଭାବରେ ଦେଖନ୍ତୁ |

୧. ଆପଣ ପ୍ରଥମେ ସୁଭଦ୍ରା ଯୋଜନାର ଅଫିସିଆଲ ପୋର୍ଟାଲ https://subhadra.odisha.gov.in/ ଖୋଲନ୍ତୁ।

୨. ଏହାପରେ ଟିକିଏ ତଳକୁ ଯାଇ ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପ୍ ଡେଟ ଆବଶ୍ୟକ ତାଲିକା ଉପରେ କ୍ଲିକ୍ କରନ୍ତୁ। https://subhadra.odisha.gov.in/npci-rejected-list

୩. ଏହାପରେ ଆପଣ ନିଜର ଜିଲା, ବ୍ଲକ୍ ଏବଂ ପଞ୍ଚାୟତ କିମ୍ଵା ୱାର୍ଡ ଚୟନ କରି, (ଦେଖନ୍ତୁ) ଉପରେ କ୍ଲିକ କରିବେ ଏବଂ ଲିଷ୍ଟ ଦେଖିପାରିବେ।

ହିତାଧିକାରୀ ତାଲିକା: https://subhadra.odisha.gov.in/benificary-list

ସେହିଭଳି ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିଛି ସେମାନଙ୍କ ତାଲିକା ଜାଣିବା ପାଇଁ ମୁଖ୍ୟ ପୃଷ୍ଠାରେ ହିତାଧକାରୀ ତାଲିକା ଉପରେ କ୍ଲିକ କରନ୍ତୁ।

୧. ଏହାପରେ ଆପଣ ନିଜର ଜିଲା, ବ୍ଲକ୍ ଏବଂ ପଞ୍ଚାୟତ କିମ୍ଵା ୱାର୍ଡ ଚୟନ କରି, (ଦେଖନ୍ତୁ) ଉପରେ କ୍ଲିକ କରିବେ ଏବଂ ଲିଷ୍ଟ ଦେଖିପାରିବେ।

ତେବେ ବଡ କଥା ହେଉଛି କେବେ ଆଉ ୨୦ ଲକ୍ଷ ମହିଳାଙ୍କୁ ମିଳିବ ଟଙ୍କା? ଏ ନେଇ ବଡ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ୬୦ ଲକ୍ଷ ମହିଳା ପ୍ରଥମ କିସ୍ତି ସୁଭଦ୍ରା ଟଙ୍କା ପାଇସାରିଛନ୍ତି । ଆଉ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଯିବ ସୁଭଦ୍ରା ଟଙ୍କା । ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଖୁବଶୀଘ୍ର ଯିବ ।

ଅଧିକ ପଢନ୍ତୁ