ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ନମ୍ବରରେ କଲ୍‌ କରନ୍ତୁ

ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା ମାଗନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ୍‌ କରି ଜଣାଇବା ପାଇଁ ନିବେଦନ କରିଛନ୍ତି ସରକାର |ତେବେ ସୁଭଦ୍ରା ଯୋଜନା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଆଉ ଆବେଦନବେଳେ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର , କେନ୍ଦ୍ରାପଡା ଓ ପୁରୀରେ ଆବେଦନକାରୀଙ୍କ ଠାରୁ ଆବେଦନ ପତ୍ର ଦେବା ସହ ଫର୍ମ ପୂରଣ କଲେ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଛି ।

ଅଧିକ ପଢନ୍ତୁ