ରାୟଗଡ:-ତା. ୧୨/୦୯- ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ରାୟଗଡ ସହର ଓ ରାମନାଗୁଡା ବ୍ଲକର ବିଭିନ୍ନ ଜନସେବା କେନ୍ଦ୍ର ଅଚାନକ ପରଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ନିଜେ ବ୍ୟକ୍ତିଗତ ଭାବେ ଆବେଦନ ପାଇଁ ଆସିଥିବା ମହିଳା ଓ ଜନସେବା କେନ୍ଦ୍ର ଦାୟିତ୍ୱରେ ଥିବା କର୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ l
ଆବେଦନ କରି ଯେପରି ଅସୁବିଧା ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ କେନ୍ଦ୍ର ଦାୟିତ୍ୱରେ ଥିବା ପରିଚlଳକଙ୍କୁ କହିଥିଲେ l ଜିଲ୍ଲାପାଳଙ୍କ ସହିତ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ ସାହୁ, ପୌର ନିର୍ବାହୀ ଅଧିକାରୀ,ସୌମ୍ୟରଞ୍ଜନ ମିଶ୍ର,ସିଡିପିଓ ରାୟଗଡ ମିନାକ୍ଷୀ ଦାଶ ଆଦି ଉପସ୍ଥିତ ଥିଲେ lସେହିପରି ଜିଲ୍ଲାର ବିଭିନ୍ନ ଅଂଚଳରେ ଆବେଦନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ଜିଲ୍ଲାପାଳ ଆଦେଶ କ୍ରମେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ଜିଲ୍ଲାର ଵିଷମକଟକ, ମୁନିଗୁଡା ବ୍ଲକକୁ ତଦାରଖ କରିଥିଲେ l ସିଡିଓ ତଥା ଇଓ ଜ଼ିଲ୍ଲାପରିଷଦ କଳନlରl ଓ ଗୁଣୁପୁର ବ୍ଲକ ଓ ଗୁଣୁପୁର ପୌରପରିଷଦର ବିଭିନ୍ନ ଜନସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ବୁଲି ଅନୁଧ୍ୟାନ କରିଥିଲେ l ସେହିପରି ଗୁଣୁପୁର ଉପଜିଲ୍ଲାପାଳ ପଦ୍ମପୁର, ଗୁଡ଼ାରୀ ବ୍ଲକ ଓ କଲ୍ୟାଣ ସିଂପୁର ବ୍ଲକ ତଦାରଖ କରିଥିଲେ l