ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଏହି ବଜେଟରେ ସାଧାରଣ ଜନତାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ସହ ସୁଭଦ୍ରା ଯୋଜନା ଉପରେ ସ୍ୱତନ୍ତ୍ର ଫୋକସ୍ ଦିଆଯାଇଛି ।ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ଯୋଗୁ ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଅଧିକ ପଢନ୍ତୁ