କଲେଜ ଛାତ୍ରୀମାନଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ । ସୁଭଦ୍ରା ସହାୟତା ପାଇଥିବା ହିତାଧିକାରୀଙ୍କଠାରୁ ମତାମତ ସଂଗ୍ରହ ସର୍ବେକ୍ଷଣରେ କଲେଜ ଛାତ୍ରୀମାନଙ୍କୁ ସାମିଲ କରାଯିବ । ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜୀକରଣ ପରେ ଆପ୍ଟ ଆଉଟ୍ ହୋଇଥିବା ମହିଳାଙ୍କୁ ସମ୍ୱର୍ଦ୍ଧିତ କରାଯିବ। ସୁଭଦ୍ରା ହେଲ୍ପ ଡେକ୍ସ ଆଉ ୩ ମାସ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ସୁଭଦ୍ରାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ବା କୌଣସି କାରଣରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ସଂପର୍କରେ କମିଟି ମାଧ୍ୟମରେ ତର୍ଜମା କରାଯାଇ ଏ ସଂପର୍କିତ ଅଭିଯୋଗର ସମାଧାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁଭଦ୍ରା ସହାୟତା ଫଳରେ କିପରି ଗୁଣାତ୍ମକ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ମୂଲ୍ୟାୟନ କରାଯିବା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
