ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ସ୍କିମ୍ ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତି ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିସାରିଛି । ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ପାଇସାରିଛନ୍ତି ୧ କୋଟିରୁ ଅଧିକ ହିତାଧିକାରୀ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଯେଭଳି ଭାବେ ସୁଭଦ୍ରା ପହଞ୍ଚିବ ସେ ନେଇ ଯୋଜନାକୁ କ୍ରିୟନ୍ବୟନ କରିବାକୁ ଲଗାତାର ଭାବେ ପ୍ରୟାସ କରିଛନ୍ତି ସରକାର ।ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଏବେ ସୁଭଦ୍ରା ପୋର୍ଟାଲ ଖୋଲିବାରେ ସମସ୍ୟା ହେଉଥିବା ଅନେକ ଅଭିଯୋଗ ଆସୁଛି ।ଗତ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହୋଇଛି । ଯେଉଁ ଯୁବତୀ ଏବେ ଏବେ ୨୧ ବର୍ଷରେ ପାଦ ଦେଇଛନ୍ତି ସେମାନେ ବି ଆବେଦନ କରିପାରିବେ ଆଉ ସୁଭଦ୍ରା କିସ୍ତି ପାଇବେ ।ଏବେ ନୂଆ କରି ଆବେଦନ କରି ହେବ ନାହିଁ।ବଡ଼ କଥା ହେଉଛି ଆଗକୁ ଆଉ କିସ୍ତି ଅନୁଯାୟୀ ନୁହେଁ ବରଂ ଏକାବେଳେ ସମସ୍ତ ହିତାଧିକାରୀଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏ ଆସିବ ।
