ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବସ୍‌ କଣ୍ଟକ୍ଟର ଓ ଡ୍ରାଇଭର ।

ରାଜଧାନୀରେ ଆମ ବସ୍‌ ସେବା ଠପ୍‌ । ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବସ୍‌ କଣ୍ଟକ୍ଟର ଓ ଡ୍ରାଇଭର । ଯାହାଫଳରେ ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସେବା ଠପ୍ ହୋଇଛି । ସୁରକ୍ଷା ଦେଲେ ଗାଡ଼ି ଚଳାଇବୁ କହିଲେ ଆନ୍ଦୋଳନକାରୀ। ବିନା କାରଣରେ ଲୋକେ ମାଡ଼ ମାରିବାରୁ ପ୍ରତିବାଦ ହୋଇଛି। ବସ୍ ସେବା ଠପ୍ ପାଇଁ ଯାତ୍ରୀମାନେ ଅସୁବିଧାର ଶିକାର ହୋଇଛନ୍ତି।ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍‌ ଡିପୋରେ ସବୁ ବସ୍‌ ରଖି ଆନ୍ଦୋଳନ ଚାଲିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କଣ୍ଟକ୍ଟର ଓ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads