ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବା ନେଇ ସୂଚନା

ସୁସ୍ଥ ହେଉଛନ୍ତି ନବୀନ। ସେପଟେ ବିରୋଧୀ ଦଳ ନେତାଙ୍କୁ ମୁମ୍ବାଇରେ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିଜେଡିର ବରିଷ୍ଠ ନେତାମାନେ ଭେଟିଛନ୍ତି । ହସ୍ପିଟାଲରେ ବିଜେଡି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସାଂସଦ ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଜେଡି ନେତା ଅମିତ ମଲ୍ଲିକ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଓ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ନବୀନଙ୍କୁ ଭେଟିଛନ୍ତି ।ନବୀନଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସହ ମଧ୍ୟ ଆଲୋଚନା କରିଛନ୍ତି । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଖୁବ୍ ଶୀଘ୍ର ନବୀନ ପଟ୍ଟନାୟକ ସୁସ୍ଥ ହେବେ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶା ଫେରିବା ନେଇ ସୂଚନାଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା ।

ଅଧିକ ପଢନ୍ତୁ

Odisha Darpan Digital